ଭିଜା ଶ୍ରାବଣ - ଦୀପ୍ତି ଦେବଦର୍ଶିନୀ ସୁତାର



ଏ ଭିଜା ଶ୍ରାବଣଟା 

ତରୁଲତା ସହ ଜଡେଇ ହୋଇ

ପତର ଫାଙ୍କରେ ଲୁଚି ଛପି

ଗାଉଛି ତା' ଜୀବନ ସଙ୍ଗୀତ 

ଏ ସଙ୍ଗୀତ କୁ ଟିକେ ମନଦେଇ

ଶୁଣିଲେ ଲାଗେ ତା'ର ରିମଝିମ ସୁରରେ

ଲୁଚି ରହିଛି ଅନେକ ଅକୁହା ବେଦନା

ଆଉ ସେଇ ବେଦନାରେ ସେ 

ଭିଜୁଥାଏ ସମୟର ପ୍ରତିଟି ବିନ୍ଦୁରେ

ହଜାଇ ଦେଇ ନିଜକୁ ।

ଆକାଶ ସହ କ'ଣ ତା'ର

ମନାନ୍ତର ହୋଇଗଲାକି

ଏଇ ତ ସେ ଝରୁଛି ଯେ ଝରୁଛି ଦିନରାତି

ତା'କୋଳରୁ ...ହଁ ଭାବୁଛି ଶ୍ରାବଣ ଟା 

କଥାଦେଇଥିଲା ସେ ଏ ଧରଣୀ ରାଣୀକୁ

ଆସିବ ବୋଲି ନିଦାଘର ତପ୍ତ ମେଖଳାକୁ

ସିକ୍ତ କରି ଭରିବାକୁ ସବୁଜ ସଜଳ ସ୍ପନ୍ଦନ

ଆଉ ତା'ଦେହର ଯେତେ ସବୁ  

ଜୀବନରେ ତୋଳିଦେଵ ନୂଆ ଆଶା

ଉଦିତ ସୁରୁଜ କିରଣ ପରି ।।

ବେଳେବେଳେ ଲାଗେ କେତେ

ସୁମଧୁର ସୁର ତୋଳି ଗାଏ ଏଇ

ଭିଜା ଶ୍ରାବଣଟା ରିମଝିମ ଗୀତ

ହେଲେ ନଈ ଆରପାଖ ଗାଁ ରେ ତା'

ସୁରରେ ମୋତେ ଆଉ ଶୁଭେନାହିଁ 

ମୋ ପ୍ରିୟାର ନୁପୁର ଶବଦ ।।


ଦୀପ୍ତି ଦେବଦର୍ଶିନୀ ସୁତାର

ଓରାଳି ,ହାଟଡିହୀ,କେନ୍ଦୁଝର 

Post a Comment

0 Comments